ନୂଆପଡା : ସୁନାବେଡା ପୋଲିଙ୍ଗ ପାର୍ଟି ପାଇଁ ୨ ସ୍ୱତନ୍ତ୍ର ହେଲିକପ୍ଟର । ଗୋତମା ଏୟାରପୋର୍ଟରୁ ସୁନାବେଡା ଅଭିମୁଖେ ଯିବେ ପୋଲିଙ୍ଗ ପାର୍ଟି । ମାଓପ୍ରବଣ ଅଞ୍ଚଳ ପାଇଁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା । ଆଇନଶୃଙ୍ଖଳା ରକ୍ଷା ପାଇଁ ନୂଆପଡ଼ାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି । ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ହେବ ମତଦାନ । ତେବେ ସମ୍ବେଦନଶୀଳ ୪୭ଟି ବୁଥରେ ସକାଳ ୭ଟାରୁ ଅପରାହଣ ୪ଟା ପର୍ୟ୍ୟନ୍ତ ହେବ ଭୋଟିଂ । ନୂଆପଡ଼ା ଉପନିର୍ବାଚନରେ ଭୋଟ ଦେବେ ୨ଲକ୍ଷ ୫୩ ହଜାର ୬୨୪ ଭୋଟର । ଏମାନଙ୍କ ମଧ୍ୟରେ ଏକଲକ୍ଷ ୨୪ହଜାର ୧୦୮ପୁରୁଷ ଓ ଏକ ଲକ୍ଷ ୨୯ ହଜାର ୪୯୫ ମହିଳା ଭୋଟର ରହିଛନ୍ତି ।
Views: 40











