ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ଜାରି କରିଛି ଶେଷ ପ୍ରାର୍ଥୀ ତାଲିକା । ୩୮ ଜଣିଆ ପ୍ରାର୍ଥୀ ତାଲିକାରେ ରହିଛି ଅରବିନ୍ଦ କେଜ୍ରିୱାଲଙ୍କ ନାଁ । ସେ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ । ସେହିପରି ସୈାରଭ ଭରଦ୍ୱାଜ ଗ୍ରେଟର କୈଳାସ ଓ ସତୈନ୍ଦ୍ର ଜୈନ ଶକୁର ବସ୍ତିରୁ ନିର୍ବାଚନ ଲଢିବେ । ମୁଖ୍ୟମନ୍ତ୍ରୀ ଆତିଶି କାଲକାଜିରୁ ପ୍ରାର୍ଥୀ ହାଇଛନ୍ତି । ଆପ ନଭେମ୍ବର ୨୧ରୁ ଡିସେମ୍ବର ୧୫ ଭିତରେ ମୋଟ ୪ଟି ତାଲିକା ଜାରି କରି ୭୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥର ବିଧାୟକଙ୍କ ନାଁ ତାଲିକାରୁ କଟିଛି । ୪ ବିଧାୟକଙ୍କ ସିଟ୍ ବଦଳାଯାଇଛି ।
Views: 35