The Ultimate Managed Hosting Platform
ADVERTISEMENT

ନୂଆଁଖାଇ ପାଇଁ ପଶ୍ଚିମ ଓଡିଶା ଚଳଚଞ୍ଚଳ , ଆଜି ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ

Facebook
Twitter
LinkedIn

ସମ୍ବଲପୁର : ନୂଆଁଖାଇ ପାଇଁ ପଶ୍ଚିମ ଓଡିଶା ଚଳଚଞ୍ଚଳ । ଆଜି ମାଆ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ ହେବ ନୂଆ ଧାନ । ସେଥିପାଁଇ ମନ୍ଦିର କର୍ତ୍ତୁପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଳବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୁପକ୍ଷଙ୍କୁ ପ୍ରଦାନ କରିବେ । ମନ୍ଦିରରେ ଧାନ ପହଁଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବା ରହିଛି । ପରେ ଏହି ଧାନରୁ ପୂଜକ ମାନେ ନିଷ୍ଠାର ସହ ଚାଉଳ ସଂଗ୍ରହ କରିବା ସହିତ ସେଥିରୁ ନବାନ୍ନ ପ୍ରସ୍ତୁତ କରିବେ । ଆସନ୍ତା ୮ ତାରିଖ ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login