ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ ଧନୁଷଙ୍କର କୁବେର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତେବେ ଅଭିନେତ୍ରୀଙ୍କର ଆଗାମୀ ଫିଲ୍ମର ପୋଷ୍ଟର ଜାରି କରି ଦିଆଯାଇଛି । ଏଥିରେ ଅଭିନେତ୍ରୀ ବହୁତ ଭୟଙ୍କର ରୂପରେ ନଜର ଆସିଛନ୍ତି । ଯାହାକୁ ନେଇ ଫିଲ୍ମ ଠାରୁ ଆରମ୍ଭ କରି ଫାନ୍ସଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଫିଲ୍ମ ନିର୍ମାତାମାନେ ପୋଷ୍ଟର ଜାରି କରିବା ସମୟରେ ଫିଲ୍ମର ଟାଇଟଲକୁ ମଧ୍ୟ ଘୋଷଣା କରିଦେଇଥିଲେ । ତେବେ ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଇନଷ୍ଟାଗ୍ରାମରେ ଆସୁଥିବା ଆଗାମୀ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟଟିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ ସାମନାକୁ ଆସିଛି । ସେ ହାତରେ ଏକ ହତିଆର ଧରିଛନ୍ତି । ଏହା ସହ ଅଭିନେତ୍ରୀଙ୍କ ମୁହଁ ରକ୍ତରେ ଜୁଡୁବୁଡୁ ହୋଇଯାଇଛି । ଅଭିନେତ୍ରୀଙ୍କ ଆଖିରେ କ୍ରୋଧର ଜ୍ବାଳା ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର କୁ ଅଭିନେତ୍ରୀ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ ଏକ କ୍ୟାପ୍ସନ ଲେଖିଛନ୍ତି । ଏହି ପୋଷ୍ଟର ରିଲିଜ ହେବା ସହିତ ଫିଲ୍ମ ନିର୍ମାତାମାନେ ଟାଇଟଲ ମଧ୍ୟ ଘୋଷଣା କରିଦେଇଥିଲେ । ରଶ୍ମିକା ମନ୍ଦାନଙ୍କ ଏହି ଆଗାମୀ ଫିଲ୍ମ ର ନାମ ମାଇଁସା । ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରବିନ୍ଦ୍ର ପୁଲେ ।
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...