ରାୟଗଡା : ରାୟଗଡା ଜିଲ୍ଲା GIACR ପଡିଆରେ ଚାଲିଥିବା ନୁଆ-ଓ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖାଇବା ସ୍ଥଳରେ ଅବ୍ୟବସ୍ଥା ଯୋଗୁଁ ଘଟିଥିଲା ଅଘଟଣା । ସୂଚନା ମୁତାବକ ଖାଇବା ପାଇଁ ଧାଡିରେ ଲାଗିଥିବା ଠେଲା ପେଲା ଯୋଗୁଁ ଦିପାଞ୍ଜଳି ନାୟକ ଅମ୍ବାଗୁଡା ବାସିନ୍ଦା ମହିଳା ମହାବିଦ୍ୟାଳୟ ଛାତ୍ରୀ ଧାଡିରେ ଥିବା ସମୟରେ ରନ୍ଧା ହେଉଥିବା ଗରମ ତତଲା ତେଲ କଡେଇରେ ପଡି ଛାତ୍ରୀର ହାତ ଓ ଗୋଡରେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାକାର ସମର ଶିକ୍ଷାର୍ଥୀ ବାହିନୀ ଛାତ୍ର ମାନେ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସୂଚନା ଅନୁଯାୟୀ ଛାତ୍ରୀଙ୍କର ହାତ ଓ ଗୋଡ଼ ଗରମ ତେଲ ପଡ଼ିଥିବା ଯୋଗୁଁ ପୋଡ଼ି ଯାଇଛି। ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତାରିତ୍ କରାଯାଇ ଥିଲା। ଏଥି ସହ ଅନ୍ୟ ଏକ ଛାତ୍ରୀ ଖାଦ୍ୟ ନ ଖାଇ ଅଚେତ ହେଇ ପଡିଆରେ ପଡି ଯାଇଥିଲେ । ସୂଚନା ମୁତାବିକ ଛାତ୍ରୀ ଗୁଣୁପୁରର ଥାୟାରାମା ମହିଳା ମହାବିଦ୍ୟାଳୟ ଯୁକ୍ତ ୨ ର ଛାତ୍ରୀ ମେନେକା ଶବର ବୋଲି ଜଣା ପଡିଛି । ଏହି ଛାତ୍ରୀକୁ ମଧ୍ୟ ରାୟଗଡା ମୁଖ୍ୟ ଚିକିତ୍ସାଲୟ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଓ ବିଜେଡି ଦଳର ପ୍ରଚାର ଓ ଅନାବଶ୍ୟକ କାର୍ଯ୍ୟକ୍ରମରେ ଲଗାଇ ଛାତ୍ର ଛାତ୍ରୀ ମାନଙ୍କ ପାଠ ବୃଥା କରାଯାଉଥିବା ବେଳେ ଠିକ୍ ସମୟରେ ଖାଇବାକୁ ଖାଦ୍ୟ ପ୍ରଦାନ କରୁ ନ ଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନୁଆ-ଓ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ; ତତଲା ତେଲରେ ପଡି ଛାତ୍ରୀ ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











