The Ultimate Managed Hosting Platform
ADVERTISEMENT

ନୀଳଗିରିରେ ଭାଲୁ ଆତଙ୍କ

Facebook
Twitter
LinkedIn

ନୀଳଗିରି : ଘର ପାଖରେ ବୁଲୁଛି ଭାଲୁ । ବାଲେଶ୍ୱର ନିଳଗିରିରେ ଭାଲୁ ଆତଙ୍କ ଖେଳାଇଛି । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଆକ୍ରମଣ କରିଥିଲା । ବାଡିକୁ ଦାନ୍ତକାଠି ଆଣିବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ପାଳ ଗଦା ଉପରକୁ ଚଢି ଯାଇ ଲୁଚି ଯିବାରୁ ଲକ୍ଷ୍ମୀଧରଙ୍କ ଜୀବନ ବଂଚିଯାଇଛି । ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିବା ପରେ ଗାଁର ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ଭାଲୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login