The Ultimate Managed Hosting Platform
ADVERTISEMENT

ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ବସ, ୨୦ ଆହତ

Facebook
Twitter
LinkedIn

ଭଟିଣ୍ଡା : ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ବସ । ଚାଲିଗଲା ୮ ଜଣ କର୍ମଚାରୀଙ୍କ ଜୀବନ । ପଞ୍ଜାବର ଭଟିଣ୍ଡା ଜିଲ୍ଲାରେ ଶୁକ୍ରବାର ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବର୍ଷା ସମୟରେ ସରଦୁଲଗଡ଼-ଭଟିଣ୍ଡା ରାସ୍ତାରେ ଏକ ଘରୋଇ କମ୍ପାନିର ବସ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଡ୍ରେନ୍ରେ ଖସିପଡ଼ିବାରୁ ୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ପରେ ଏନ୍ଡିଆରଏଫ୍ ଟିମ୍ ପହଞ୍ଚିବା ପରେ ଉଦ୍ଧାର କାର୍ୟ୍ୟ ତ୍ବରାନ୍ବିତ ହୋଇଥିଲା।ଏହି ଘଟଣା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଡେପୁଟି ପୁଲିସ କମିସନର ସୌକତ ଅହମ୍ମଦ କହିଛନ୍ତି ଯେ ଦୁର୍ଘଟଣା ପରେ ତୁରନ୍ତ ଗ୍ରାମବାସୀ ଲୋକଙ୍କୁ ଉଦ୍ଧାର କରିବାରୁ ଅନେକ ଜୀବନ ରକ୍ଷା ପାଇଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login