ଭୁବନେଶ୍ୱର : କିଟ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଯେଉଁ ମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି । ଘଟଣାରେ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, କମଟି ଯେଉଁ ମାନଙ୍କୁ ଏହି ଘଟଣାରେ ସମନ କରିଥିଲା, ସେମାନେ ପକ୍ଷ ରଖିଛନ୍ତି । ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଯାହା ପଚାରିବାର ଥିଲା ତାକୁ ରେକର୍ଡ କରି ରଖାଯାଇଛି। ଯେଉଁ ନିଷ୍କର୍ଷ ଆସିବ, ସେହି ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବେ ସରକାର । ଏହା ସହ ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ତା ଭିତରେ ବାଉନସର, ଟ୍ରେନର, ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ବି ଚାଲିଛି। ସିସିଟିଭି ଫୁଟେଜ ଫରେନ୍ସିକ୍ ଲ୍ୟାବକୁ ଯାଇଛି। ଫରେନ୍ସିକ୍ ଲ୍ୟାବରୁ ଆସିଥିବା କପି ଉପରେ ଯାଞ୍ଚ ହେଉଛି।ବର୍ତ୍ତମାନ ଯେଉଁ ଅଡିଓ ସାମ୍ନାକୁ ଆସିଛି, ସେ ଅଡିଓର ସତ୍ୟାସତ୍ୟ ସମ୍ପର୍କରେ ପୋଲିସ ତଦନ୍ତ କରୁଛି। ଭଏସ ସ୍ପେକଟ୍ରଗ୍ରାଫି ଆଧାରରେ ତଦନ୍ତ କରାଯାଉଛି। ଯଦି ତାହା ସତ ହୋଇଥାଏ। ତେବେ ଆଇଟି ଆକ୍ଟ ବି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
କିଟ ଛାତ୍ରୀ ମୃତ୍ୟୁ ଘଟଣା ; ନିଷ୍କର୍ସ ଅନୁସାରେ କାର୍ଯ୍ୟାନୁଷ୍ଠାନ : ସୂର୍ଯ୍ୟବଂଶୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











