The Ultimate Managed Hosting Platform
ADVERTISEMENT

ନିର୍ବାଚନୀ କସରତ ; ନବୀନ ନିବାସରେ ବ୍ରହ୍ମପୁର ନେତା

Facebook
Twitter
LinkedIn

ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡିର ନିର୍ବାଚନୀ କସରତ । ଆଜି ନବୀନ ନିବାସରେ ତିନିଟି ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ରହିଛି । ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ସମୀକ୍ଷା ବୈଠକ ରହିଛି । ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ୟ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ସଂସଦୀୟ କ୍ଷେତ୍ରର ପର୍ୟ୍ୟବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ପର୍ୟ୍ୟବେକ୍ଷକ ପ୍ରଦୀପ ଅମାତ, ବିପ୍ଳବ ପାତ୍ର, ସୁବାସ ବେହେରା, ଉଷା ଦେବୀ, ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ପରେ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ । ଅପରାହ୍ନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବୀନ ନବାସରେ ପହଞ୍ଚିବେ । ବୈଠକରେ ବିଧାୟକ, ପର୍ୟ୍ୟବେକ୍ଷକ ଓ ଆଶାୟୀ ପ୍ରାର୍ଥୀ ସାମିଲ ହେବେ । କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ, ସେନେଇ ନବୀନ ନିବାସର ରଣନୀତି ପ୍ରସ୍ତୁତ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login