ନୂଆଦିଲ୍ଲୀ : ଯୁଦ୍ଧତ୍ରସ୍ତ ଗାଜା ହସ୍ପିଟାଲରେ ରକେଟ ମାଡରେ ୫ ଶହ ମୃତ ପ୍ରସଙ୍ଗ । ଇସ୍ରାଏଲ ନୁହେଁ ହମାସ ହିଁ ହସ୍ପିଟାଲ ଉଡାଇଛି କହିଲା ଆଇଡିଏଫ । ଏ ନେଇ ପ୍ରମାଣ ଦେଲା ଇସ୍ରାଏଲ ଡିଫେନ୍ସ ଫୋର୍ସ ଆଇଡିଏଫ । ହମାସର ରକେଟ ମିସ ଫାୟାର ହୋଇ ହସ୍ପିଟାଲରେ ପଡିଥିଲା । ରକେଟ ମାଡରେ ହସ୍ପିଟାଲ ଧ୍ୱଂସ ହୋଇଯାଇଥିଲା ବୋଲି କହିଛି ଆଇଡିଏଫ । ଏ ନେଇ ଏକ ଅଡିଓ କଲ ମଧ୍ୟ ଉପସ୍ଥାପନ କରିଛି ଆଇଡିଏଫ । ହସ୍ପିଟାଲ ଇସ୍ରାଏଲ ଉଡାଇଛି ବୋଲି ଅଭିଯୋଗ କରିଥିଲା ହମାସ ।
ଏହି ଆକ୍ରମଣରେ ୫୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏଥିସହିତ ମୃତ୍ୟୁସଂଖ୍ୟା ୪,୫୦୦ ପାର୍ କରିଛି। ୧୦ ହଜାରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲର ୧୪୦୦ରୁ ଅଧିକ ଲୋକ ଏଥିରେ ସାମିଲ ଅଛନ୍ତି। ଗାଜା ଷ୍ଟ୍ରିପ୍ର ୩,୧୦୦ରୁ ଊର୍ଦ୍ଧ୍ବ ଏବଂ ୱେଷ୍ଟ ବ୍ୟାଙ୍କର ୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଏ ପର୍ୟ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ହମାସର ୭ କମାଣ୍ଡର ନିପାତ ହେଲେଣି। ଏବେ ୨୫୦ ନାଗରିକ ଏହି ଆତଙ୍କବାଦୀ ସଂଗଠନ କବ୍ଜାରେ ଅଛନ୍ତି। ହମାସକୁ ଧ୍ବଂସ କରିବା ପାଇଁ ଇସ୍ରାଏଲର ୨ ହଜାର ସୈନିକ ସୁଡଙ୍ଗକୁ ଓହ୍ଲାଇଛନ୍ତି। ଇସ୍ରାଏଲକୁ ସହାୟତା ଦେବା ପାଇଁ ଆମେରିକା ୧୧ ହଜାର ସୈନିକଙ୍କୁ ପଠାଇବାକୁ ଯୋଜନା କରୁଛି। ଏମାନେ ସିଧାସଳଖ ଯୁଦ୍ଧରେ ସାମିଲ ନ ହୋଇ ସୀମା ସୁରକ୍ଷାରେ ନିୟୋଜିତ ହେବେ। ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣ ଥମିବାର ନା ଧରୁନି।
ନିଜର ୫ ଶହ ଲୋକଙ୍କୁ ମାରିଲା ହମାସ !

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...