କଟକ: କଟକ ସଦର ଥାନା ପାଇକସାହି ଗ୍ରାମର ଶ୍ରୀଧର ରାଉତ ନାମକ ଜଣେ ଯୁବକ ଛଦ୍ମ ନାମରେ ନିଜକୁ ଡ଼ାକ୍ତର ପରିଚୟ ଦେଇ ବିଭିନ୍ନ ବ୍ୟାଙ୍କରୁ ରୁଣ ଆଣି ଠକୁଥିବା ଘଟଣା ପଦାକୁ ଆସିବା ପରେ କଟକ ସଦର ପୋଲିସ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଶନିବାର କଟକ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଥିଲେ ଯେ ଶ୍ରୀଧର ନିଜକୁ ବିଭିନ୍ନ ସ୍ଥାନରେ ଦିଲ୍ଲୀରେ ଡ଼ାକ୍ତର ଭାବେ କାର୍ୟ୍ୟ କରନ୍ତି ବୋଲି ପରିଚୟ ଦେଇ ବ୍ୟାଙ୍କରୁ ରୁଣ ଆଣି ଥିଲେ। ରୁଣ ଆଣି ନ ଶୁଝିବା , ଝାଡ଼ଖଣ୍ଡରୁ ଗାଡ଼ି ଆଣି ଟଙ୍କା ନସୁଝିବା, ପରବର୍ତ୍ତୀ ସମୟରେ ଫୁଲନଖରା ୟୁକୋ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହିତ ସଂପର୍କ ରଖି ଜାଲ କାଗଜପତ୍ର ଦେଇ ରୁଣ କରିବା ପାଇଁ ମସୁଧା ଚଳାଇଥିଲା । ବ୍ୟାଙ୍କ ପରିଚାଳକ ଅଭିନାଶ ସେଠୀଙ୍କର ସନ୍ଦେହ ହେବାରୁ ସଦର ଥାନାରେ ଅଭିଯୋଗ କରିଥିଲେ । ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ନକଲି ଡ଼ାକ୍ତର ଶ୍ରୀଧରକୁ ଗିରଫ କରିବାରେ ସଫଳ ହୋଇଥିଲେ । ଶ୍ରୀଧର ପୂର୍ବରୁ ଏହି ଛଦ୍ମ ନାମରେ ଠକୁଥିବା ନେଇ ଗିରଫ ହୋଇଥିଲା । ଗିରଫ ନକଲି ଡ଼ାକ୍ତର ପାଖରୁ ପୋଲିସ ,ଭିନ୍ନ ଭିନ୍ନ ନାମରେ ତିନିଟି ଆଧାର କାର୍ଡ଼ , ପାନକାର୍ଡ଼ , ଦରମା ପାଉଥିବା ଜାଲ ପେ ସ୍ଲିପ,ରବର ଷ୍ଟାମ୍ପ, ଏକ ବାଇକକୁ ଜବତ କରିଛି । ଶ୍ରୀଧର ନାମରେ ସଦର ଥାନା ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଅତିରିକ୍ତ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସିପି ଚନ୍ଦନ ଘଡେଇ, ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।
ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ରୁଣ ଆଣି ଠକେଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











