ଭୁବନେଶ୍ୱର : ଓବିସି ସରଂକ୍ଷଣ ପ୍ରସଙ୍ଗରେ ବିଜେଡି ବିଧାୟକ ରାଜା ସ୍ୱାଇଁଙ୍କ ତେର୍ଚ୍ଛା ବାଣ । ନିଜ ଦଳକୁ ଟାର୍ଗେଟ କରି ବର୍ଷିଲେ ବିଧାୟକ ରାଜା ସ୍ୱାଇଁ । ଓସିବି କମିଶନ ଆମ ସରକାର ସମୟରେ ଗଠନ ହୋଇଥିଲା । ମୁୃଁ ବବିକୁ କହିଥିଲି ଏହାର ମେଥୋଡୋଲୋଜି ଭୁଲ ଅଛି ବୋଲି । ନିର୍ବାଚନ ପୂର୍ବରୁ ପ୍ରସଙ୍ଗ ଉଠାଇଥିଲେ ଚିତ୍ର କିଛି ଭିନ୍ନ ହୋଇଥାନ୍ତା । ଅନ୍ୟପଟେ ଓବିସି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡିର ଆନ୍ଦୋଳନ। ରାଜଭବନ ଆଗରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି। ବିଜେପି ସରକାର ଉପରେ ଚାପ ସୃଷ୍ଟି କରିବା ପାଇଁ ରାସ୍ତାକୁ ଓହ୍ଲାଇଛି ବିଜେଡି। ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ଙଈଉଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରି ଆସୁଛି ବିଜେଡି। କିଛି ଦିନ ତଳେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଙଈଉଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜେଡି ଏଥିରେ ପ୍ରଶ୍ନ ଉଠାଇ କହିଛି, ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦିଆଯାଇଛି। ଏଥିରେ କି ଫାଇଦା ମିଳିବ। ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ କେବେ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ଓବିସିମାନଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ବାରମ୍ବାର ଦାବି ହେଉଥିବା ବେଳେ, କେନ୍ଦ୍ର ସରକାର ଶୁଣୁନଥିବା ଦଳ ଅଭିଯୋଗ କରିଛି।
ନିଜ ଦଳକୁ ଟାର୍ଗେଟ କରି ବର୍ଷିଲେ ବିଧାୟକ ରାଜା ସ୍ୱାଇଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











