ତାଳଚେର : ନାଲକୋ କର୍ତ୍ତୁପକ୍ଷଙ୍କ ମନମାନି । ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋବରା, କର୍ଣ୍ଣପୂର୍, ବରଯୋରୋଡା, ଡଅଁରା ଓ ପଦ୍ମାବତି ପୁର ପଞ୍ଚାୟତର ଗ୍ରାମବାସୀ ମାନେ ତାଳଚେର ସୁରକ୍ଷା ମଞ୍ଚ ସହଯୋଗରେ ଆଜି ହାତଟୋଟା ସ୍ଥିତ ଡାକ ବଙ୍ଗଳା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏଥିରେ ନାଲକୋ କମ୍ପାନୀରୁ ବାହାରୁଥିବା ବର୍ଜ୍ୟ ପାଉଁଶ ଗୁଡ଼ିକୁ ନାଲକୋ କର୍ତ୍ତୁପକ୍ଷଙ୍କ ଚଞ୍ଚକତା ଯୋଗଗୁଁ ଏମସିଏଲ ର ଖୋଲା କୋଇଲା ଖଣି ଗୁଡ଼ିକରେ ପାଇପ୍ ଯୋଗେ ନ ଛାଡି ବାରୁ ଏହି କାର୍ୟ୍ୟକୁ ବିରୋଧ କରିଛନ୍ତି। ପୂର୍ବରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ହୋଇଥିବା ନିଷ୍ପତି ଅନୁଯାୟୀ ନାଲକୋ ପାଉଁଶ ଭର୍ତି କରିବା ପରେ ତା ଉପରେ ୧୦ ଫୁଟ୍ ମାଟି ପକାଇ ସମତଳ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହା ଠିକ୍ ଭାବେ ପାଲନ କରାଯାଉ ନ ଥିବାରୁ ଉପରୋକ୍ତ ପଂଚାୟତ ବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଇପ୍ ଦ୍ୱାରା କ୍ଷତିଗ୍ରସ୍ତ ଜମି ହରା ୧୫୦ ପରିବାରଙ୍କୁ ନାଲକୋ କମ୍ପାନୀ ଠିକା ରେ ଶ୍ରମିକ ନିଯୁକ୍ତି ଦବ ବୋଲି ରାଜିନାମା ହୋଇଥିବା ବେଳେ ଏର୍ଯ୍ୟନ୍ତ ମାତ୍ର ୮୦ ଜଣଙ୍କୁ ନିଯୁକ୍ତି ଦେଇ ଅବଶିଷ୍ଟ ନିଯୁକ୍ତି ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛି। ନାଲକୋ ର ଏହି କାର୍ୟ୍ୟ ବିରୋଧ ରେ ପଞ୍ଚାୟତ ବାସୀ ଓ ତାଳଚେର ସୁରକ୍ଷା ମଞ୍ଚ ଗତ ଜୁଲାଇ ୧୩ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନର ସମାଧାନ କରିବା ପରିବର୍ତ୍ତେ ନାଲକୋ ର ବିଏମଏସ ଶ୍ରମିକ ସଂଘଠନ ତାଳଚେର ବିଧାୟକ ବ୍ରଜକିଶୋର୍ ପ୍ରଧାନଙ୍କ ବିରୋଧ ରେ କୁତ୍ସାରଟନା କରୁଛି ଓ ପଞ୍ଚାୟତ ବାସୀଙ୍କ ସମସ୍ୟାକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା ଚଳାଇଛି। ଏଣୁ ପଞ୍ଚାୟତ ବାସୀ କେନ୍ଦ୍ର ସରକାର, ରାଜ୍ୟ ସରକାର, ପ୍ରଶାସନ, ସାଂସଦ ଓ ବିଧାୟକଙ୍କୁ ଏହାର ତୁରନ୍ତ ସମାଧାନ ଲାଗି ଅନୁରୋଧ କରିଛନ୍ତି ଓ ଏହାର ସମାଧାନ ନ ହେଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଜଣାଇଛନ୍ତି ।
ନାଲକୋରେ କ୍ଷତିଗ୍ରସ୍ତ ଜମିହରାଙ୍କ ନିଯୁକ୍ତି ନେଇ ଦାବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











