ଭୁବନେଶ୍ୱର : ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ । ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ପ୍ରମିଳା । ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ । ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରମିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ପ୍ରମିଳା ମଲ୍ଲିକ ହେବେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ବିଞ୍ଝାରପୁରରୁ ସେ ୬ ଥରର ବିଧାୟିକା ପ୍ରମିଳା ମଲ୍ଲିକ । ୧୯୯୦-୯୫ ରେ ଜନତା ଦଳରୁ ଏବଂ ୨୦୦୦ ମସିହାରୁ ନିରବଛିନ୍ନ ଭାବେ ୫ ଥର ବିଜେଡିରୁ ଜିତି ଆସିଛନ୍ତି।
Views: 101











