କେନ୍ଦୁଝର : ପୋଲ ତଳୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ଯୋଡା ଥାନା କୋହ୍ଲହୁଣ୍ଡୁଳା ଗାଁ ନିକଟ ପୋଲ ତଳୁ ଉଦ୍ଧାର । ମୃତଦେହ ପାଖରେ ପଡିଛି ରକ୍ତ ଭିଜା ପଥର । ମୃତକ ହେଉଛନ୍ତି ଜାମୁକୁଣ୍ଡିଆ ଗାଁର ଶୁକଦେବ ଲାଗୁରୀ । ଗତକାଲି ଶୁକଦେବ ସନ୍ଧ୍ୟାରେ ପାଖ ଗାଁକୁ ମକରମେଳା ଦେଖିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ତେବେ କେହି ହତ୍ୟା କରିଥିବା ସନେ୍ଦହ କରାଯାଉଛି । ଘଟଣାସ୍ଥଳରେ ଯୋଡା ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଚମ୍ପୁଆରୁ ପ୍ରଭା ଦେବୀଙ୍କ ରିପୋର୍ଟ
Views: 97











