ଜଟଣୀ: ଛାତ୍ରୀଙ୍କ ଆତ୍ମହତ୍ୟା । ନାଇଜରରେ କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି ।ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାୟୀ,ମୃତ ଛାତ୍ରୀ ଜଣଙ୍କ ହେଲେ ଛତିଶଗଡ଼ର ପୂଜା ଜେଠଓ୍ୱାନୀ । ପୂଜା ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ ନାଇଜରରେ ରହି ପାଠ ପଢୁଥିଲେ । ସେ ଫିଜିକ୍ସରେ ପିଏଚ୍ଡିର ୫ମ ବର୍ଷର ଛାତ୍ରୀ ଥିଲେ ପୂଜା । ହଠାତ୍ ସୋମବାର ଦିନ ସେ କ୍ୟାମ୍ପସ୍ ଭିତରେ ଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ ପ୍ରକି୍ରୟା ଜାରୀ କରିଛି । । ଏପିରିକି ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ ହୋଇଥିବାର ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ କଣ ? ଯଦି ଆତ୍ମହତ୍ୟା କଲେ, ତେବେ ଏଥିପାଇଁ କିଏ ଦାୟୀ ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ଜଟଣୀ ଥାନା ପୋଲିସ ।
Views: 246