ଭୁବନେଶ୍ୱର : ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ପୁଣି ତାତ୍ସଲ୍ୟ । ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ କହିଲେ ଜୟନାରାୟଣ । ଦଳଟା ଥାଉ ଶତ୍ରୁ ବଞ୍ଚି ରୁହନ୍ତୁ, ଅପମାନିତ ହୁଅନ୍ତୁ । ଆମର ଲକ୍ଷ୍ୟ ନୁହେଁ ବିଜେଡି ଶୂନ କରିବା । ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ବିଜେପି ଯେଉଁଦିନ ହୁଇସିଲ ଫୁଙ୍କିବ ବିଜେଡି ଗୁଣ୍ଡ ହୋଇଯିବ । ଗଣମାଧ୍ୟମକୁ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ ନାରାୟଣ । ଅନ୍ୟପଟେ ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବୟାନକୁ ଦୋହରେଇ, ଜୟ ନାରାୟଣ କହିଛନ୍ତି, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ । ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ତେବେ ବିଜେଡି ଦଳ ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳ ଥାଉ, ଦଳର ଲୋକ ବି ଦୀର୍ଘଯିବି ହୁଅନ୍ତୁ ବୋଲି କହିଛନ୍ତି ଜୟନାରାୟଣ । ସେପଟେ ବିଧାୟକ ଅଶୋକ ମହାନ୍ତି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ନେଇ କହିବା ପରେ, ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । ସେ କହିଛନ୍ତି, ବିଜେଡି କେବେ ବି ବିନା ଡେଣାରେ ଆକାଶରେ ଉଡିବାକୁ ବିଶ୍ୱାସ କରେ ନାହିଁ । ରାଜନୀତିରେ ବହୁତ ଚର୍ଚ୍ଚା ହୁଏ, ବହୁତ ବିତର୍କ ହୁଏ । ବହୁତ ଗଳ୍ପ ରଚନା ବା ସୃଷ୍ଟି କରାଯାଏ । ରାଜନୀତିରେ ଏହା ନୂଆ କଥା କିଛି ନୁହେଁ ।
ନବୀନ ମଧ୍ୟ ବିଜେଡି ଛାଡି ପଳେଇ ଆସିବେ : ଜୟନାରାୟଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











