ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ନବୀନ ନିବାସରେ ନେତାଙ୍କ ଗହଳି । ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଁଚୁଛନ୍ତି ନେତା । ନବୀନ ନିବାସରେ ବିଧାୟକ ରାଜେନ୍ଦ୍ର ସାହୁ ଓ କର୍ପୋରେଟର ଅମରେଶ ଜେନା । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ମୁଖ୍ୟମନ୍ତ୍ରୀ ଯାହା ନିଦେ୍ର୍ଦଶ ଦେବେ ଆମେ ପାଳନ କରିବୁ କହିଲେ । କର୍ପୋରେଟର ତଥା ସାଧାରଣ ସମ୍ପାଦକ ଅମରେଶ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିଷ୍ପତ୍ତି ନେବେ । ସମସ୍ତେ ଆସୁଛନ୍ତି ମୁଁ ମଧ୍ୟ ଆସୁଛି କହିଲେ ଅମରେଶ ।
Views: 96











