ଭୁବନେଶ୍ୱର : ନବୀନ ନିବାସରେ ପହଁଚିଲେ ବିହାର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ନୀତିଶ । ୨ ନେତାଙ୍କ ମଧ୍ୟରେ ଘଣ୍ଟାଏ ଧରି ଆଲୋଚନା ହେବ । ଏକାଠି ମଧ୍ୟାହ୍ନ ଭୋଜନ କରିବେ ଦୁଇ ମୁଖ୍ୟମନ୍ତ୍ରୀ । ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସିଛନ୍ତି ନୀତୀଶ କୁମାର । ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନୀବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତୀଶ, ନବୀନ ନିବାସ ଆସିଛନ୍ତି ।
Views: 72