ଭୁବନେଶ୍ୱର : ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡି ସଭାପତି । ନିଦ୍ୱର୍ନ୍ଦରେ ସଭାପତି ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା । ବିଜେଡି ସାଂଗଠନିକ ନିର୍ବାଚନରେ ନବୀନ ନିର୍ବାଚିତ ।
ନବମ ଥର ବିଜେଡି ସଭାପତି ହେବା ପରେ ନବୀନଙ୍କ ପ୍ରତିକ୍ରିୟା । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଶାସନ ପାଇଁ ଓଡିଶାବାସୀ ଆର୍ଶୀବାଦ କରିଛନ୍ତି । ବିଜେଡିର ସାଂଗଠନିକ ଦକ୍ଷତାକୁ କେହି ହେୟ ମନେ କରିପାରିବେନି । ଦଳର କର୍ମୀ ହେଉଛନ୍ତି ଆମର ରିୟଲ ଆସେଟ । ବିଜେଡି ସରକାରରେ ରହେ ବା ନରହେ ସର୍ବଦା ସେବା କରି ଚାଲିବ । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ବିଜେଡି ଯୋଡି ହୋଇ ରହିବ । ଗତ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ ପାଇଁ ଅଳ୍ପ ଭୋଟରେ ହାରିଲୁ । ସାମାଜିକ ଗଣମାଧ୍ୟମରେ ଉନ୍ନତି ଆଣି ଲୋକଙ୍କ ପାଖରେ ପହଁଚି ପାରିବ ।
Views: 6