The Ultimate Managed Hosting Platform
ADVERTISEMENT

ନବଘନ ପାଟ୍ଟଶାଣୀ ହତ୍ୟା ମାମଲାରେ କ୍ରାଇମ ସ୍ପଟରେ ବଣ୍ଟି, ପୋଲିସର ଛାନଭିନ

Facebook
Twitter
LinkedIn

ଭୁବନେଶ୍ଵର : ଭୁବନେଶ୍ଵର ବରମୁଣ୍ଡା ନବଘନ ପାଟ୍ଟଶାଣୀ ହତ୍ୟା ଘଟଣାରେ ପୋଲିସର ଛାନଭିନ । ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ଧରି କ୍ରାଇମ ସ୍ପଟରେ କମିଶନରେଟ ପୋଲିସ। ତନାଘନା ପରେ ଉଠିଛି ହତ୍ୟାକାଣ୍ଡ ଉପରୁ ପରଦା। ଶ୍ରୀ ସାଇ ଲଜରେ ଘଟିଥିଲା ଏ ହତ୍ୟାକାଣ୍ଡ। ନବଘନଙ୍କୁ ଲଜକୁ ଡାକି ଛୁରୀ ଭୁସି ହତ୍ୟା କରିଥିଲା ଅଭିଯୁକ୍ତ ବଣ୍ଟି। ଏହାପରେ ମୃତଦେହକୁ ଏକ ଗାଡ଼ିରେ ନେଇ ନିଆଳି ଅଞ୍ଚଳରେ ଫିଙ୍ଗି ଦେଇଥିଲା। ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ। ବଣ୍ଟି ନବଘନ ପାଟ୍ଟଶାଣୀଙ୍କ ନିକଟରେ କାମ କରୁଥିଲା। ନବଘନ ପାଟ୍ଟଶାଣୀ ଗତ ୧୭ ତାରିଖରେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ। ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login