ଭୁବନେଶ୍ୱର : ଶୂନ୍ୟ କାଳରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇଲେ ଜୟ ନାରାୟଣ । ହତ୍ୟାକାଣ୍ଡର ୫୦ ଦିନ ପରେ ବି କାରଣ ଓ ପଛରେ କିଏ ଜଣା ପଡିନି । ‘ ଏସସିବି ପାଗଳ ନୁହେଁ କହିଲା ପରେ ବି କାହିଁକି ନିମହାନ୍ସ ନେବାକୁ ଚେଷ୍ଟା’ । ଗୋପାଳକୁ ପାଗଳ ସାବ୍ୟସ୍ତ କରିବାକୁ କାହିଁକି ଚାହୁଁଛନ୍ତି । ଏଫବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଯେଉଁ ଚିଠି ଲେଖିଛନ୍ତି , ସେ ଚିଠି ଦେଖାନ୍ତୁ । ହାଇକୋର୍ଟ ମନିଟରିଂ ପାଇଁ ଲେଖାଯାଇଥିବା ଚିଠି ବି ଉପସ୍ଥାପନ କରନ୍ତୁ ।
ସୂଚନା ଅନୁଯାୟୀ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଏସଆଇ ନବ ଦାସଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସି ନାହିଁ । ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ବିରୋଧୀ ମାନେ ଅଭିଯୋଗ କରି ଶାସକ ଦଳକୁ ପ୍ରଶ୍ନବାଣ ମାରୁଛନ୍ତି ।
Views: 111