ଭୁବନେଶ୍ୱର : ବହୁ ଚର୍ଚ୍ଚତ ନବ ଦାସ ହତ୍ୟା ମାମଲା । ବ୍ରହ୍ମପୁରରେ ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା । ଗୋପାଳର ବଡ ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନା । ଏ ନେଇ ଗୋପାଳଙ୍କ ପରିବାର ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନି । ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଗୋପାଳଙ୍କ ଭାଇଙ୍କ ସତ୍ୟ ନାରାୟଣ ବୋଲି ଜଣାପଡିଥିବା ବେଳେ ସେ ଝାରସୁଗୁଡାରେ ହୋଟେଲ୍ କରିଥିଲେ । ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ । କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ । ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି । ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି । ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ତେଣୁ ତଦନ୍ତକାରୀ ଟିମ୍ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରୁଛି ।
ନବ ଦାସ ହତ୍ୟା ଘଟଣା : ଗୋପାଳ ଭାଇ, ପୁତୁରାକୁ ପଚରାଉଚରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...