ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬୬ ତମ ପ୍ରତିଷ୍ଠା ଦିବସ ପାଳିତ । ଯୋଗଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଉତ୍ତର-ପୂର୍ବ ପଟତଳ, ଛୋଟ ବିରାଡ଼ି ଖୁଆଡ, ସମ୍ମୁଖ କାଚ ଦୃଶ୍ୟମାନ କଲରାପତରିଆ ବାଘ ଖୁଆଡ଼, ଶାଳିଆପତନି ଓ ଡାଳିଓଧ ଖୁଆଡ଼ ସମୂହ, ଉଦ୍ୟାନ କୃଷି, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନକୁ ଉଦଘାଟନ କରିବେ । ପରେ ପରେ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆ ଓ ହିମାଳୟ କଳାଭାଲୁ ଛୁଆଙ୍କ ନାମକରଣ ହେବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କାର୍ୟ୍ୟରତ କର୍ମଚାରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ ।
Views: 57











