The Ultimate Managed Hosting Platform
ADVERTISEMENT

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

Facebook
Twitter
LinkedIn

ଭୁବନେଶ୍ୱର : ନନ୍ଦନକାନନର ଏକମାତ୍ର ଆଫ୍ରିକୀୟ ସିଂହୀ ବିନିର ମୃତ୍ୟୁ । ୧୭ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ମୃତ୍ୟୁ । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହ ସଂପୂର୍ଣ୍ଣ ଲୋପ । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ । ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ଗତ ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା । ୨୦୦୭ ଜାନୁଆରି ୧ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା । ସେତେବେଳେ ବିନି ସମେତ ୪ ଟି ସିଂହ ଓ ୪ ଟି ଜେବ୍ରା ମଧ୍ୟ ଆସିଥିଲେ । କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା । ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହୀ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login