ରାୟଗଡା : ଫଟୋ ଉଠାଇବା ହେଲା କାଳ । ନଦୀରେ ବୁଡି ପର୍ଯ୍ୟଟକଙ୍କର ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦାୟୀ ଘଟଣା ଘଟିଛି ରାୟଗଡାର ନାଗାବଳୀ ନଦୀରେ । ନଦୀର ଗଭୀର ପାଣିରେ ବୁଡି ଆନ୍ଧ୍ରପ୍ରଦେଶର ଜଣେ ପର୍ୟ୍ୟଟକ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱ।ଡା ପାଡମେଟା ଗ୍ରାମର ସାଇ କ୍ରୀଷ୍ଣା । ବୟସ ମାତ୍ର ୧୮ ବର୍ଷ ହେବ । ଗତକାଲି ବିଜୟୱ।ଡାରୁ ଏକ ପରିବାରର ୧୬ ଜଣ ପର୍ୟ୍ୟଟକ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ମା’ଙ୍କୁ ଦର୍ଶନ କରି ସାରି ଆଜି ସକାଳ ୧୧ଟା ସମୟରେ ଏହି ପର୍ୟ୍ୟଟକମାନେ ମାରିଗୁଡା ଦେଇ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଆସିଥିଲେ । ପରିବାର ଲୋକେ ଗାଧେଇବା ସମୟରେ ସାଇ କ୍ରୀଷ୍ଣ ନଦୀ ଭିତରକୁ ଯାଇ ଫଟୋ ଉଠାଉଥିଲେ । ତେବେ ନଦୀର ଗଭୀର ସ୍ରୋତରେ ହଠାତ ସାଇ ଭାସିଯାଇଥିଲେ । ପରିବାର ଲୋକେ ପାଖରେ ଥାଇ ବି ବଞ୍ଚାଇ ପାରିଲେନି, ନିରୁପାୟ ହେଇଗଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ମୃତ ସାଇକ୍ରୀଷ୍ଣାକୁ ଉଦ୍ଧାର କରିଥିଲେ । ଯାହାପରେ ପୋଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ନଦୀରେ ବୁଡି ପର୍ଯ୍ୟଟକଙ୍କର ଚାଲିଗଲା ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







