The Ultimate Managed Hosting Platform
ADVERTISEMENT

ଧାନର ଏମଏସପି ୬୯ ଟଙ୍କା ବଢିଲା

Facebook
Twitter
LinkedIn

ଭୁବନେଶ୍ୱର : ଖରିଫ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୫-୨୬ ବର୍ଷ ପାଇଁ ୧୪ଟି ଖରିଫ ଫସଲର ଏମଏସପି ବଢିଲା । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟିର ଅନୁମୋଦନ । ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏହା ଛଡ଼ା ଜଓ୍ବାର, ବାଜରା, ମକା, ମାଣ୍ଡିଆ ଆଦିର ଏମଏସପି ବୃଦ୍ଧି କରାଯାଇଛି । ସେହିପରି ହରଡ଼, ମୁଗ, ବିରି ଆଦି ଡାଲିଜାତୀୟ ଫସଲ, ସୂର୍ୟ୍ୟମୁଖୀ, ବାଦାମ, ରାଶି ଓ ସେୟାବିନ ଆଦି ତୈଳବୀଜ ଓ କପାର ଏମଏସପି ବୃଦ୍ଧି କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ସଂମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “କୃଷକମାନଙ୍କ ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ ଏମଏସପି ରେ ଏକ ବଡ଼ ବୃଦ୍ଧି କରାଯାଇଛି। ଏଥର ୨୦୨୫-୨୬ ଖରିଫ ଋତୁ ପାଇଁ ଏମଏସପିକୁ କ୍ୟାବିନେଟ୍ ଅନୁମୋଦନ କରିଛି। ମୋଟ ବ୍ୟୟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login