ଭୁବନେଶ୍ୱର : ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ୨ ଜଣ ଯୁବତୀ ଗିରଫ । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳର ଯଦୁପୁରରେ ଘର ଭଡା ନେଇ ଚଳାଉଥିଲେ ନିଶା କାରବାର । ୨ ଜଣ ଯୁବତୀ ହେଲେ କାକଟପୁର ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର କରିଶ୍ମା ରାଉତ । ଘରୋଇ କମ୍ପାନୀରେ ସେମାନେ କାର୍ଯ୍ୟରତ ଥିଲେ । ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଲାପଟପ ଓ ମୋବାଇଲ ଜବତ । ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ କରୁଥିଲେ ଆକର୍ଷିତ । କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିଛନ୍ତି ଯୁବତୀ । ଏଥିରେ କିଙ୍ଗପିନକୁ ଠାବ କରାଯାଇଛି ।
Views: 72