ଭୁବନେଶ୍ୱର : ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଏକ୍ସରେ ଦେଲେ ପ୍ରଣବ ଦାସ । ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କାହିଁକି ବୋଲି ପଚାରିଲେ । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହିତ ତାଙ୍କୁ ଆଇନା ଦେଖାଇଲେ ସେ କାହିଁକି ଚିଡି ଯାଉଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ପ୍ରଣବ । ପ୍ରଥମଟି ହେଲା, ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବି, ନିଜ ମାଟି ପାଇଁ ଗୋଟିଏ ବି ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କେନ୍ଦ୍ରମନ୍ତ୍ରୀ କରିନାହାନ୍ତି । ଅନ୍ୟପଟେ ଦକ୍ଷତା ବିକାଶ କେନ୍ଦ୍ରଟେ ମଧ୍ୟ ସ୍ଥାପନ କରିନାହାଁନ୍ତି ବୋଲି ପ୍ରଣବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
@dpradhanbjp ଭାଇ ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା।
— Pranab Prakash Das (@pranabpdas) January 16, 2024
୧ – ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ….











