ଧର୍ମାନ୍ତୀକରଣ ରୋକିବାକୁ କର୍ଣ୍ଣାଟକ ସରକାରଙ୍କ ପ୍ରୟାସ । ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ଜେଲ, ଲକ୍ଷେ ଫାଇନ । ବାଧ୍ୟତାମୂଳକ ତଥା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଇଲେ କଠୋର ଦଣ୍ଡ ।
ଅନ୍ୟ ରାଜ୍ୟର ନିୟମକୁ ବିଚାର କରାଯାଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଡ୍ରାଫ୍ଟ ପ୍ରକ୍ରିୟାର ସାମିଲ ଥିବା ଜଣେ ଅଧିକାରୀ । ସମସ୍ତ ଦିଗ ଉପରେ ବିଚାର କରିବା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଡିସେମ୍ବର ୨୦ରେ ରାଜ୍ୟ କ୍ୟାବିନେଟ୍, ବେଲଗାବିରେ ଏକ ବୈଠକ କରିବାକୁ ଯାଉଛି । ଏହା ପରେ ଆସନ୍ତା ସପ୍ତାହରେ ଏହି ବିଲ୍ ଆଗତ ହେବାର ସମ୍ଭାବନା । ବିଧାନ ପରିଷଦରେ ବିରୋଧୀଙ୍କ ବିରୋଧର ସମ୍ଭାବନା ଥାଇ ମଧ୍ୟ ବିଜେପି ଏହି ବିଲ ଆଣିବାକୁ ଚେଷ୍ଟା କରୁଛି।

ଧର୍ମ ପରିବର୍ତ୍ତନ ବିରୋଧୀ ଆଇନର ଅନୁସାରେ ମିଛ କହି, ବାଧ୍ୟବାଧକତା, ଠକେଇ, ପ୍ରବର୍ତ୍ତାଇ କିମ୍ବା ବିବାହ ମାଧ୍ୟମରେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ନିଷେଧ । ସାଧାରଣ ବର୍ଗ କ୍ଷେତ୍ରରେ ଆଇନ ଉଲ୍ଲଂଘନ କଲେ ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମାନା ଦେକାକୁ ପଡ଼ିବ। ଏଥି ସହିତ ନାବାଳିକା, ମହିଳା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ମାମଲାରେ ତିନି ରୁ ୧୦ ବର୍ଷ ଜେଲ ଏବଂ ଜରିମାନା ପରିମାଣ ୫୦ ହଜାର ରହିଛି ।
ଧର୍ମ ପରିବର୍ତ୍ତନ କରାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ପୀଡିତଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୁହାଯାଇଛି । ଡ୍ରାଫ୍ଟ ଅନୁସାରେ ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ କରାଯାଇଥିବା ବିବାହକୁ ପରିବାର ଅଦାଲତ କିମ୍ବା ନ୍ୟାୟିକ ଅଦାଲତ ଅବୈଧ ଘୋଷଣା କରିପାରେ । ଏହି ନିୟମ ଲାଗୁ ହେବା ପରେ ଯଦି ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରାଇବାକୁ ଚାହାଁନ୍ତି, ତେବେ ତାଙ୍କୁ ଦୁଇମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ୍ ଦେବାକୁ ପଡିବ । ସେହିପରି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏକ ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡିବ |