ଧଉଳି : ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗିରଫ କଲା ପୋଲିସ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେବି ଧରାପଡିନାହାଁନ୍ତି ଆଉ ୨ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କୁ ଧରିବା, ତୁରନ୍ତ ଘଟଣାର ପ୍ରମାଣ ସଂଗ୍ରହ କରିବା, ଦୋଷୀଙ୍କ ବିରୋଧରେ ତ୍ୱରିତ ଚାର୍ଜସିଟ୍ ଓ ଦଣ୍ଡବିଧାନ ପାଇଁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଛି । ମାମଲାର ତ୍ୱରିତ କାର୍ୟାନୁଷ୍ଠାନ ଓ ମନିଟର କ୍ରାଇମବ୍ରାଞ୍ଚର ସିନିଅର୍ ଅଧିକାରୀ କରିବେ । ଘଟଣାର ଷ୍ଟାଟସ୍ ରିପୋର୍ଟ କ୍ରାଇମବ୍ରାଞ୍ଚର ଏଡିଜି ପ୍ରତି ମାସରେ ଡିଜିଙ୍କୁ ଅବଗତ କରିବେ । ଡିସେମ୍ବର ୧୦ ତାରିଖରେ ଧଉଳିରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
Views: 52











