The Ultimate Managed Hosting Platform
ADVERTISEMENT

ଦୈତାରୀ ଓ ପାରାଦୀପର ଜାତୀୟ ରାଜପଥ ରେ ବାଇକ୍ ଉପରେ ମାଡିଗଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର

Facebook
Twitter
LinkedIn

ମାହାଙ୍ଗା : ମରଣ ଯନ୍ତା ପାଲଟିଛି ଦୈତାରୀ ଓ ପାରାଦୀପର ଜାତୀୟ ରାଜପଥ । ମଙ୍ଗଳବାର ମାହାଙ୍ଗା ଥାନା ବାସୁଦେବପୁର ପଞ୍ଚାୟତ କୌଡୁକୋଲ-ଭକୁଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଅନୁଯାୟୀ, ବିଶ୍ୱନାଥ ଦାସ ଏବଂ ଜଗବନ୍ଧୁ ଦାସ ବାଇକ୍ ଯୋଗେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ତାଙ୍କ ଉପରେ ଟ୍ରକ୍ ମାଡିଯାଇଥିଲା । ସେଠାରେ ସ୍ଥାନୀୟ ଲୋକେ ପହଂଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଶ୍ୱନାଥଙ୍କ ମୃତୁ୍ୟ ହୋଇଛି । ମାହାଙ୍ଗା ପୋଲିସ ସେହି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଗୁରୁତର ଜଗବନ୍ଧୁଙ୍କୁ ପ୍ରଥମେ ବଡଚଣା ସରକାରୀ ହସ୍ପିଟାଲ ପରେ ଏସସିବିକୁ ସ୍ଥାନାନ୍ତର କରିଥିଲା । ହସ୍ପିଟାଲରେ ଜଗବନ୍ଧୁଙ୍କ ଅବସ୍ଥା ଗୁରୁତର ରହିଛି । ଭକୁଡ଼ ଏବଂ କୌଡୁକୋଲ ମଧ୍ୟରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ଭାବେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login