The Ultimate Managed Hosting Platform
ADVERTISEMENT

ଦୈତାରୀ ଓ ପାରାଦୀପର ଜାତୀୟ ରାଜପଥ ରେ ବାଇକ୍ ଉପରେ ମାଡିଗଲା ଟ୍ରକ୍ : ଜଣେ ମୃତ, ଜଣେ ଗୁରୁତର

Facebook
Twitter
LinkedIn

ମାହାଙ୍ଗା : ମରଣ ଯନ୍ତା ପାଲଟିଛି ଦୈତାରୀ ଓ ପାରାଦୀପର ଜାତୀୟ ରାଜପଥ । ମଙ୍ଗଳବାର ମାହାଙ୍ଗା ଥାନା ବାସୁଦେବପୁର ପଞ୍ଚାୟତ କୌଡୁକୋଲ-ଭକୁଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଅନୁଯାୟୀ, ବିଶ୍ୱନାଥ ଦାସ ଏବଂ ଜଗବନ୍ଧୁ ଦାସ ବାଇକ୍ ଯୋଗେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ତାଙ୍କ ଉପରେ ଟ୍ରକ୍ ମାଡିଯାଇଥିଲା । ସେଠାରେ ସ୍ଥାନୀୟ ଲୋକେ ପହଂଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ବେଳେ ବିଶ୍ୱନାଥଙ୍କ ମୃତୁ୍ୟ ହୋଇଛି । ମାହାଙ୍ଗା ପୋଲିସ ସେହି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଗୁରୁତର ଜଗବନ୍ଧୁଙ୍କୁ ପ୍ରଥମେ ବଡଚଣା ସରକାରୀ ହସ୍ପିଟାଲ ପରେ ଏସସିବିକୁ ସ୍ଥାନାନ୍ତର କରିଥିଲା । ହସ୍ପିଟାଲରେ ଜଗବନ୍ଧୁଙ୍କ ଅବସ୍ଥା ଗୁରୁତର ରହିଛି । ଭକୁଡ଼ ଏବଂ କୌଡୁକୋଲ ମଧ୍ୟରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ଭାବେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login