ନୂଆଦିଲ୍ଲୀ : ଦେଶରେ ସ୍ୱାଭାବିକ ହେଲା ୩୨ ବିମାନବନ୍ଦର ବେସାମରିକ ବିମାନ ଚଳାଚଳ ନେଇ ସୂଚନା ଜାରି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା । ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା ହୋଇଥିଲା । ବିମାନ ଯାତ୍ରୀଙ୍କୁ ଏୟାର ଲାଇନ୍ସ ସହ ଯୋଗାଯୋଗ ପରାମର୍ଶ । ଏହାସହିତ ୨୫ଟି ଏୟାରରୁଟସକୁ ଖୋଲାଯାଇଛି । ବନ୍ଦଥିବା ବିମାନବନ୍ଦରଗୁଡିକ ଅର୍ନ୍ତରାଷ୍ଟ୍ରୀୟ ସୀମାକୁ ଲାଗିରହିଥିଲା । ତେଣୁ ଏଗୁଡିକୁ ସୁରକ୍ଷା ଯୋଗୁଁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ଭାରତର ନଜର ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ ଉପରେ ରହିଛି । ରବିବାର ରାତିରେ ପାକିସ୍ତାନ କୌଣସି ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରିନାହିଁ । ଆଜି ଦୁଇ ଦେଶର ଡିଜିଏମଓ ମିଟିଂ ରହିଛି ।
Views: 36