The Ultimate Managed Hosting Platform
ADVERTISEMENT

ଦେଶରେ ବଢୁଛି କରୋନା ମୃତ୍ୟୁ : ୨୪ ଘଣ୍ଟାରେ ଗଲା ଆଉ ୨୭ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢୁଛି କରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ଦେଶରେ ୨୭ ଜଣଙ୍କ ଜୀବନ ଯାଇଛି । ସେପଟେ ୧୦ ହଜାର ତଳକୁ ଖସିଲା ଦେଶରେ କରୋନାର ଦୈନିକ ସଂକ୍ରମଣ । ଫଳରେ ଆକ୍ଟିଭ୍ କେସ୍ ୬୦ ହଜାର ପାର କରିଛି । ଗତକାଲି ଦେଶରେ ୧୦ ହଜାର ୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ରାଜଧାନୀ ଦିଲ୍ଲୀରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତକାଲି ଦିଲ୍ଲୀରେ ୧୬୩୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଦିନକରେ ୩ ଜଣଙ୍କ କରୋନାରେ ଜୀବନ ଯାଇଛି । କାନପୁର ଆଇଆଇଟି ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ମେ’ ମାସର ମଧ୍ୟ ଭାଗରେ କରୋନା ପିକରେ ପହଞ୍ଚିପାରେ । ଏହି ସମୟରେ ଦିନକୁ ୫୦ ହଜାରରୁ ଅଧିକ ମାମଲା ଆସିପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login