ନୂଆଦିଲ୍ଲୀ : ପୁଣି ଫେରିଛି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୁମ୍ବାଇ ଏବଂ ଦିଲ୍ଲୀରେ ନୂଆ ମାମଲା ଦେଖିବାକୁ ମିଳିଛି । ଏସିଆର କିଛି ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି । କୋଭିଡ୍-୧୯ର ନୂଆ ଓମିକ୍ରନ୍ ସବଭାଇରାଣ୍ଟ ଏସିଆ ମହାଦେଶର ଅନେକ ରାଜ୍ୟରେ ବ୍ୟାପିବାରେ ଲାଗିଛି । ହଂକଂ ଏବଂ ସିଙ୍ଗାପୁରରେ କୋଭିଡ୍ ମାମଲା ବୃଦ୍ଧି ପାଇବାର ରିପୋର୍ଟ ମଧ୍ୟରେ ମୁମ୍ବାଇ, ଦିଲ୍ଲୀରେ ମଧ୍ୟ କିଛି କୋଭିଡ୍ ପଜିଟିଭ୍ ମାମଲା ରିପୋର୍ଟ ହୋଇଛି । ଏଠାରେ ଥିବା ସାଇବର ସିଟିରେ କରୋନା ପ୍ରବେଶ କରିଛି । ଉଭୟ ରୋଗୀଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ । ଯଦି ଥଣ୍ଡା କିମ୍ବା କାଶ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସ୍ବାସ୍ଥ୍ୟବିଭାଗ କହିଛି । ବର୍ତ୍ତମାନ ପର୍ୟ୍ୟନ୍ତ ସାରା ଦେଶରେ ୨୫୭ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଛି ।
ଦେଶରେ ବଢୁଛି କରୋନା ମାମଲା, ମୁମ୍ବାଇ ପରେ ଦିଲ୍ଲୀରେ ପଜିଟିଭ ମାମଲା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...