The Ultimate Managed Hosting Platform
ADVERTISEMENT

ଦେଶରେ ପ୍ରଥମ, ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

Facebook
Twitter
LinkedIn

ନୂଆଦିଲ୍ଲୀ: ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା। ଦେଶ ସ୍ୱାଧୀନ ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଛି। ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣର ସର୍ଭେ-୫ ବା NFHS ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ନୂତନ ସର୍ଭେ ଅନୁଯାୟୀ ଏବେ ଭାରତରେ ପ୍ରତି ଏକ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରେ କୋଡିଏ ରହିଛି।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଏଇ ତଥ୍ୟ ପ୍ରକାଶ ପାଇଛି।

ଏହା ପୂର୍ବରୁ ୨୦୧୫-୧୬ରେ  NFHS  ଚତୁର୍ଥ ପର୍ଯ୍ୟାୟ ସର୍ବେକ୍ଷଣରେ ପ୍ରତି ୧ହଜାର ପୁରୁଷରେ ୯୯୧ ଜଣ ମହିଳା ଥିଲେ। ଏଥର କିନ୍ତୁ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗ୍ରାମାଞ୍ଚଳରେ ଲିଙ୍ଗ ଅନୁପାତ ହାର ପ୍ରତି ଏକ ହଜାର ପୁରୁଷରେ ଏକ ହଜାର ୩୭ ବୋଲି ରିପୋର୍ଟରୁ ଜଣାପଡିଛି। ସେହିଭଳି ସର୍ଭେ ଅନୁଯାୟୀ ୨୩ଟି ରାଜ୍ୟରେ ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରରୁ ଅଧିକ ଥିବା ଜଣାପଡିଛି।

ସହରାଞ୍ଚଳରେ ଏହି ସଂଖ୍ୟା ୯୮୫ ରହିଛି। ପୂର୍ବରୁ ଏହି ସଂଖ୍ୟା ଗ୍ରାମାଞ୍ଚଳରେ ୧୦୦୯ ଓ ସହରରେ ୯୫୬ ଥିଲା। ଉତ୍ତର ପ୍ରଦେଶରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟ ପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡଖଣ୍ଡରେ ୧୦୫୦ ରହିଛି।

ସେହିପରି ଦେଶରେ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଯାହା ଜନସଂଖ୍ୟା ବୃଦ୍ଧିକୁ ଦର୍ଶାଇଥାଏ। ଜନ୍ମହାର ୨ ପ୍ରତିଶତକୁ ଖସି ଆସିଛି। ପୂର୍ବରୁ ୨୦୧୫-୧୬ରେ ଏହା ୨.୨% ଥିଲା।

ସୂଚନାଯୋଗ୍ୟ, ୧୯୦୧ରେ ଦେଶରେ ଲିଙ୍ଗଗତ ଅନୁପାତ ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ରହିଥିଲା। କିନ୍ତୁ ସ୍ୱାଧିନତା ପରେ ୧୯୫୧ରେ ଏହା ୯୪୨କୁ ଖସି ଆସିଥିଲା। ୧୯୭୧ରେ ଏହା କମ୍ ହୋଇ ୯୩୦କୁ ହ୍ରାସ ପାଇଥିଲା। ୨୦୧୧ ଜନଗଣନା ଅନୁସାରେ ଏହି ସଂଖ୍ୟାରେ ସାମାନ୍ୟ ସୁଧାର ଆସି ୯୪୦ରେ ପହଁଚିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login