The Ultimate Managed Hosting Platform
ADVERTISEMENT

ଦେଶର ମୁଣ୍ଡ ନୁଆଁଇ ଦେଲା ମଣିପୁରର ଜଘନ୍ୟ ଭାଇରାଲ ଭିଡିଓ

Facebook
Twitter
LinkedIn

ନୂଆଦିଲ୍ଲୀ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତା ବୁଲାଇବା ଘଟଣାକୁ ନେଇ ଏବେ ସାରା ଦେଶ ପୁରା ସ୍ତବ୍ଧ । ଗାଁ ଠୁ ସହର , ବିଧାନସଭାଠୁ ଆରମ୍ଭ କରି ରାଜ୍ୟସଭା ଯାଏଁ ଚାରିଆଡେ କେବଳ ଆଲୋଚନା ଆଉ ପର୍ଯ୍ୟାଲୋଚନା । ମଣିପୁର ଘଟଣାକୁ ନେଇ ସଂସଦ ଖାଲି ପଡୁଛି ଆଉ ଉଠୁଛି । ମହିଳା ମାନଙ୍କ ସୁରକ୍ଷାକୁ ନେଇ ଏବେ ଉଠୁଛି ବଡ ପ୍ରଶ୍ନ । ମଣିପୁରରେ ମହିଳାଙ୍କ ସହ ଯେଉଁଭଳି ଘଟଣା ଘଟିଲା ତାହାକୁ ନେଇ ପୁରାଦେଶବାସୀ କ୍ରୋଧ, ଆକ୍ରୋଶ ଏବଂ ଅସନ୍ତୋଷ ଭିତରେ ବୁଡି ରହିଛନ୍ତି । ଏହି ଘଟଣା ଅତ୍ୟନ୍ତ ଲଜ୍ଜିତ , ଦେଶ ଏଥିପାଇଁ ନିନ୍ଦିତ ଏବଂ ଅନେକ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ସବୁଠାରୁ ବଡ କଥା ହେଉଛି ମେ ୪ରେ ମଣିପୁରରେ ମହିଳାଙ୍କ ସହ ଏପରି ଅତ୍ୟାଚାର ହୋଇଥିଲା । ମେ ୨୧ରେ ଗାଁର କିଛି ଲୋକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଦୀର୍ଘ ୭୭ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଯେତେବେଳେ କି ଏହି ବର୍ବରତାର ଭିଡିଓ ସମଗ୍ର ବିଶ୍ୱ ସାମ୍ନାକୁ ଆସିଲା । ତେବେ ପୋଲିସ କାହିଁକି ଏହାର ତଦନ୍ତ କରି ନ ଥିଲା । ତେବେ ମଣିପୁରରେ କଣ ମହିଳା ମାନଙ୍କୁ ସୁରକ୍ଷା ଦିଆଯାଉ ନାହିଁ କି ? କାହିଁକି ତଦନ୍ତ କାର୍ଯ୍ୟରେ ବିଳମ୍ବ ହେଉଛି ? ତଦନ୍ତରେ ଯଦି ବିଳମ୍ବ ଏଠି ସେହି ନିର୍ଯ୍ୟାତିତା ମହିଳାଙ୍କୁ ନ୍ୟାୟ ମିଳିବ ତ ?
ତେବେ ସୂଚନା ଅନୁଯାୟୀ , ମେ ୩ରେ କୁକି ଜନଜାତି ଅଥବା ପାହାଡ ପ୍ରାଧାନ୍ୟ ସମ୍ପ୍ରଦାୟ ଏବଂ ମୈତେୟୀ ଅଥବା ଉପତ୍ୟକା ପ୍ରାଧାନ୍ୟ ସମ୍ପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ମୈତେୟୀ ସମ୍ପ୍ରଦାୟ ନିଜକୁ କୁକି ସମ୍ପ୍ରଦାୟ ପରି ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରୁଥିଲା । କିନ୍ତୁ କୁକି ସମ୍ପ୍ରଦାୟର ଲୋକମାନେ ଏହାକୁ ବିରୋଧ କରି ଏକ ଆଦିବାସୀ ଏକତା ସମାବେଶ କରିଥିଲେ । ଏହାକୁ ମୈତେୟୀ ସମ୍ପ୍ରଦାୟ ବିରୋଧ କରିଥିଲା ଏବଂ ଏହି ହିଂସା ଏହ ଚରମ ରୂପ ନେଇଥିଲା । ହିଂସା ପରେ ମୈତେୟୀ ସମ୍ପ୍ରଦାୟର ଜଣେ ମହିଳା ବଳାକ୍ରାର ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ଏହା ପରେ ମୈତେୟୀ ସମ୍ପ୍ରଦାୟର ଲୋକମାନେ କଙ୍ଗପୋ ଜିଲ୍ଲାର ଏକ ଗାଁରେ ପ୍ରବେଶ କରି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ କୁକି ସମ୍ପ୍ରଦାୟର ୪ ଜଣଙ୍କ ପରିବାର ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ପଡୋଶୀଙ୍କ ସହ ଜଙ୍ଗଲକୁ ପଳାଇଥିଲେ । ଏହା ପରେ ପୋଲିସ ଜଙ୍ଗଲରେ ପହଁଚି ୫ ଜଣଙ୍କୁ ଉଦ୍ଧାର କରିଥିଲା । ତେବେ ପୋଲିସର ସୂଚନା ଅନୁଯାୟୀ ଏକ ମିଥ୍ୟା ଖବର ହେତୁ ଏହି ଘଟଣା ଘଟିଛି ।
ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି କି , ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ମୃତ୍ୟୁ ଦଣ୍ଡାଦେଶ ଦେବା ଉପରେ ମଧ୍ୟ ବିଚାର କରାଯାଉଛି । ମଣିପୁରରେ ଏଭଳି ବର୍ବରୋଚିତ ହିଂସାର କୈାଣସି ସ୍ଥାନ ନାହିଁ ।
ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ମୋଦୀ ଚରମବାଣୀ ଶୁଣାଇଛନ୍ତି , କୈାଣସି ବି ଅଭିଯୁକ୍ତଙ୍କୁ ଛଡାଯିବନି । ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ । ଯାହା ଘଟିଛି ତାହା କୈାଣସି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏହି ଘଟଣା ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି ।
ସେପଟେ ମଣିପୁର ଘଟଣାକୁ ନେଇ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ସିଜେଆଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତୁରନ୍ତ ଏ ଦିଗରେ ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ତା ହେଲେ ଆମେ ହସ୍ତ କ୍ଷେପ କରିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ମଣିପୁର ଘଟଣା ସାମ୍ବିଧାନିକ ବ୍ୟବସ୍ଥାର ଚରମ ବିଫଳତା ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ।
ସେପଟେ କୁକି ଏବଂ ମୈତିୟୀ ସମ୍ପ୍ରଦାୟ ମଧ୍ୟରେ ତିନି ମାସ ଧରି ଲାଗିଥିବା ହିଂସାରେ ଏଯାବତ ୧୫୦ ଜଣଙ୍କ ମୃତ୍ୟୁ ହେଲାଣି । ଅନେକ ଲୋକଙ୍କ ଅସ୍ଥାୟୀ ଶିବିରରେ ରଖାଯାଇଛି । ତେବେ ଏହି ହିଂସା ଥମିବା ନେଇ ସରକାର କି ପଦ କ୍ଷେପ ନେଉଛନ୍ତି ତାହା ଉପରେ ରହିଛି ନଜର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login