ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେତାମାନେ ଏହାକୁ ଏକତା, ସମୃଦ୍ଧି ଏବଂ ନୂତନ ଆରମ୍ଭର ପର୍ବ ଭାବରେ ବର୍ଣ୍ଣନା କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ବର୍ଷ, ବୈଶାଖୀ ୧୩ ଏପ୍ରିଲରେ ପାଳନ କରାଯାଉଛି । ଏହାକୁ ବୈଶାଖୀ ମଧ୍ୟ କୁହାଯାଏ, ଏହି ପର୍ବ ପଞ୍ଜାବୀ ଏବଂ ଶିଖ ନବବର୍ଷର ଆରମ୍ଭକୁ ଚିହ୍ନିତ କରେ ଏବଂ ଏହା ମୁଖ୍ୟତଃ ଉତ୍ତର ଭାରତରେ, ବିଶେଷକରି ପଞ୍ଜାବରେ ପାଳନ କରାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଲେଖିଛନ୍ତି, “ସମସ୍ତଙ୍କୁ ବୈଶାଖୀର ବହୁତ ବହୁତ ଶୁଭକାମନା ! ଏହି ପର୍ବ ଆପଣଙ୍କ ଜୀବନରେ ନୂତନ ଆଶା, ସୁଖ ଏବଂ ସମୃଦ୍ଧି ଆଣିଦେଉ। ଆମେ ସର୍ବଦା ଏକତା, କୃତଜ୍ଞତା ଏବଂ ନବୀକରଣର ଭାବନା ପାଳନ କରୁ । ଏହି ସମସ୍ତ ପର୍ବ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ ଏବଂ ପରମ୍ପରା ସହିତ ପାଳନ କରାଯାଏ । ପଞ୍ଜାବରେ ଶିଖ ସମ୍ପ୍ରଦାୟର ମୁଖ୍ୟ ପର୍ବ ବୈଶାଖୀ ହୋଇଥିବା ବେଳେ, ଆସାମର ବୋହାଗ ବିହୁ, ତାମିଲନାଡୁର ପୁଥାଣ୍ଡୁ ଏବଂ ପଶ୍ଚିମବଙ୍ଗର ପୋଇଲା ବୈଶାଖ ନୂତନ ବର୍ଷର ଆରମ୍ଭକୁ ଚିହ୍ନିତ କରନ୍ତି । କେରଳରେ ବିଷୁ ଏବଂ କର୍ଣ୍ଣାଟକର ମେଶାଦିରେ ମହା ଆଡମ୍ବରରେ ପାଳନ କରାଯାଏ ।
ଦେଶବାସୀଙ୍କୁ ବୈଶାଖୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











