The Ultimate Managed Hosting Platform
ADVERTISEMENT

ଦେଶ ପାଇଁ ଜୀବନ ଦେଲେ ୩୩ ବର୍ଷୀୟ ଅଭିନେତା ପାସ ଲି

Facebook
Twitter
LinkedIn

ନୂଆଦିଲ୍ଳୀ : ଦୀର୍ଘ ୧୪ ଦିନ ହେଲା ରୁଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଯୁଦ୍ଧ । ରୁଷ ସେନା ୟୁକ୍ରେନ ମାଟିରେ ରଚି ଚାଲିଛନ୍ତି ତାଣ୍ଡବଲୀଳା । ଘନ ଘନ ମିସାଲଇ ଏବଂ ଗୁଳିଗୋଳାର ବର୍ଷଣରେ ଛାରଖାର ହେଉଛି ୟୁକ୍ରେନର ଅନେକ ସହର। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ରୁଷ ମିସାଇଲ୍ ମାଡ କରୁଛି। ହେଲେ ତଥାପି ରୁଷ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ। ଏହି ଯୁଦ୍ଧରେ ରୁଷ ସେନା କିଛି ବି ଛାଡୁ ନାହାନ୍ତି । ଏହାରି ଭିତରେ ଜଣେ ଅଭିନେତା ନିଜ ଦେଶ ପାଇଁ ଜୀବନକୁ ହରାଇଛନ୍ତି।

ୟୁକ୍ରେନ୍‌ର ୩୩ ବର୍ଷୀୟ ଅଭିନେତା ପାଶ ଲି। ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ସେ ନିଜ ଅଭିନୟ କ୍ୟାରିଅରକୁ ଛାଡି ବନ୍ଧୁକ ଧରିଥିଲେ। ସେ ୟୁକ୍ରେନ୍‌ର ଟେରିଟୋରିଆଲ ଡିଫେନ୍ସ ୟୁନିଟ୍‌ରେ ସାମିଲ ହୋଇଥିଲେ। ନିଜ ଦେଶକୁ ରକ୍ଷା କରିବା ପାଇଁ ରୁଷ ସେନାକୁ ଜବାବ ପାଇଁ ବାହାରି ଥିଲେ ପାଶ ଲି। ଏହି ସମୟରେ ମାର୍ଚ୍ଚ ୬ ତାରିଖ ଦିନ ଇରପିନ୍ ଉପରେ ରୁଷର ବୋମା ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ପାଶ ଲିଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ଓଡେସା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୂଚନା ଦିଆଯାଇଛି। ପାଶ ଲି ୟୁକ୍ରେନ୍‌ର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଅଭିନୟ କରିବା ସହ ଡବିଂ, ସିଙ୍ଗର ଏବଂ କମ୍ପୋଜିଂରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ସେ କୋଲେସୋ ଥିଏଟରରେ ମଧ୍ୟ ଭାଗ ନେଇସାରିଛନ୍ତି। ଏଥିସହ ସେ ଅନେକ ଫିଲ୍ମ ଏବଂ କମିର୍ସିଆଲରେ ମଧ୍ୟ ନଜର ଆସି ସାରିଛନ୍ତି।ସୂଚନା ଅନୁଯାୟୀ, ଏହି ୟୁକ୍ରେନ୍ ଅଭିନେତାଙ୍କ ଭଳି ଅନେକ ବଡ ବଡ କଳାକାର ଓ ସାଧାରଣ ନାଗରିକମାନେ ମଧ୍ୟ ୟୁକ୍ରେନ୍‌କୁ ରକ୍ଷା କରିବା ପାଇଁ ହାତରେ ଅସ୍ତ୍ର ଉଠାଇଛନ୍ତି। କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ନିଜ ଦେଶ ପାଇଁ ଯୁଦ୍ଧରେ ସାମିଲ ହୋଇଛନ୍ତି। ତେବେ ଗୋଟିଏ ପଟେ ହଜାର ହଜାର ସଂଖ୍ୟାରେ ଲୋକେ ଦେଶ ଛାଡି ପଳାୟନ କରୁଥିବା ବେଳେ ଅନ୍ୟପଟେ ୟୁକ୍ରେନ୍ ବଞ୍ଚାଇବା ପାଇଁ କିଛି ଲୋକେ ପୁଣି ଫେରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login