ଭୁବନେଶ୍ୱର : ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ବ୍ୱାନ କ୍ୟାନସରରେ ପୀଡିତ ଥିଲେ ଦୂତି ଚାନ୍ଦ । ପ୍ରାରମ୍ଭିକ ଅବସ୍ଥାରେ ଦୂତିଙ୍କର ଚାଲିଥିଲା ଚିକିତ୍ସା । କର୍କଟ ରୋଗ କୈାଣସି ଟିସୁକୁ ବ୍ୟାପି ନ ତିବା କହିଲେ ଦୂତି । କେଳ ଛାଡିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଔଷଧ ଖାଇବା ପରେ ଯନ୍ତ୍ରଣା କମ ହୋଇଥିଲା । ନିୟମିତ ଚିକିତ୍ସା ପରେ ରୋଗରୁ ମିଳିଥିଲା ଉପଶମ । ପରେ ନାଡା ତାଙ୍କ ଠାରୁ ନମୁନା ସଂଗ୍ରହ କରିଥିଲା । ଏଥିରେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଦୂତି ।
ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ ।
ଏହାସହ ବାସନ୍ଦକୁ ନେଇ ଦୂତୀ କହିଛନ୍ତି, ଏଥିପାଇଁ ମୁଁ ବହୁତ ଦୁଃଖିତ । ଅଲିମ୍ପିକ୍ସରୁ ଫେରିବା ପରେ ଅଧିକ ଯନ୍ତ୍ରଣା ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ପରେ ଉପଶମ ମିଳିଛି । ଡାକ୍ତରଙ୍କ ପରାମର୍ଶରେ ୧୦ ଦିନ ଔଷଧ ଖାଇଛି । ଏବେ ବି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି କି ନାହିଁ ତାହା ଜାଣିନାହିଁ । ୨୫ ପୃଷ୍ଠାର ନୋଟିସ ମୋ ପାଖକୁ ଆସିଛି । ଏନେଇ ଆଗାମୀ ୨୧ ଦିନ ମଧ୍ୟରେ ଅପିଲ କରିବୁ । ୪ ବର୍ଷର ବ୍ୟାନ୍ ଲଗାଇବା ମୋ ପ୍ରତି ଅନ୍ୟାୟ । ମୋ ଉପରୁ ବ୍ୟାନ୍ ହଟାଇବାକୁ ଅପିଲ କରିବି । ଏବେ ମୁଁ ମାନସିକ ଭାବେ ଅସୁସ୍ଥ ଅଛି । ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ମୋତେ ନ୍ୟାୟ ମିଳିବ । ମୋତେ ନ୍ୟାୟ ମିଳିଲେ ମୁଁ ଟ୍ରାକକୁ ଫେରିବି ବୋଲି କହିଛନ୍ତି ଦୂତୀ ଚାନ୍ଦ ।
ଦୂତିଙ୍କୁ ହୋଇଥିଲା କ୍ୟାନସର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











