ରାୟଗଡା : ଛାତ୍ରୀ ଦୁଷ୍କର୍ମ ମାମଲାରୁ ପୋଡାଜଳା ଘଟଣା । ଦୁଷ୍କର୍ମ ଘଟଣାରେ ୩୦ ଅଟକ । ଦୁଷ୍କର୍ମ କରିବା ଅଭିଯୋଗରେ ସ୍କୁଲ ପିଅନ ସସପେଣ୍ଡ । ସ୍ଥିତି ନିୟନ୍ତ୍ରଣ ସତ୍ତ୍ୱେ ଏବେ ବି ପୋଲିସ ମୁତୟନ । ଘଟଣାକୁ ନେଇ ଉତ୍ତେଜନା ପରେ ପୋଲିସ ଗାଡି ଜାଳି ଦେଇଥିଲେ । ପିଅନ ଶିବ ପ୍ରସାଦ ମିଶ୍ରଙ୍କ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ସହିତ ପୋଲିସ ୧୬୪ ବୟାନ ପାଇଁ ରାୟଗଡ଼ା ଅଣାଯାଇଛି। ରାୟଗଡା ଏସଡିପିଓ ତଦନ୍ତକୁ ଜୋରଦାର କରିଛନ୍ତି । ପୀଡ଼ିତାଙ୍କ ସ୍ଵସ୍ଥ୍ୱାବସ୍ଥାରେ ଉନ୍ନତି ପରିଲିଖିତ ହୋଇଛି । ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା ହେବ। ଛାତ୍ରୀଙ୍କୁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି । ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୋଲିସର ଏହି କାର୍ୟ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି।
ଦୁଷ୍କର୍ମରୁ ପୋଡାଜଳା : ୩୦ ଅଟକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











