The Ultimate Managed Hosting Platform
ADVERTISEMENT

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ

Facebook
Twitter
LinkedIn

ଭଦ୍ରକ: ନାବାଳିକା ଯୌନ ନିର୍ୟାତନା ମାମଲାରେ ଭଦ୍ରକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ମିନତୀ ପଣ୍ଡା ଆଜି ଧାମନଗର ଥାନା ଭଗିବିନ୍ଧା ଗ୍ରାମର ରମେଶ କୁଣ୍ଡୁଙ୍କ ପୁତ୍ର ତଥା ଦୁଷ୍କର୍ମକାରୀକୁ ମୋହନ କୁମାରକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ୨୦୨୨ ମସିହା ଜାନୁଆରି ମାସ ୧୩ ତାରିଖ ସନ୍ଧ୍ୟା ସମୟରେ ଧାମନଗର ଥାନା ଭଗିବିନ୍ଧା ଗ୍ରାମର ଜନୈକ ନାବାଳିକାକୁ ସେହି ଗ୍ରାମର ମୋହନ କୁଣ୍ଡୁ (୩୪ ବର୍ଷ) କୁରକୁରେ ଓ ଚକଲେଟ ଦେଇ ରେବ ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିଲା। ଏ କଥା କାହାରିକୁ କହିଲେ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲା। ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ କାନ୍ଦିକାନ୍ଦି ନିଜ ମା’ ପାଖରେ ସମସ୍ତ ବିଷୟ କହିଥିଲା। ତା ପରଦିନ ପୀଡ଼ିତାର ମା’ ଏ ବିଷୟରେ ଧାମନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଧାମନଗର ଥାନା ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ସେହିମାସ ୧୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login