The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ପୁଅ ଆଗରେ ଚାଲିଗଲା ବାପାର ଜୀବନ

Facebook
Twitter
LinkedIn

କଣ୍ଟାବାଞ୍ଜି : ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ । ପୁଅ ଗୁରୁତର ହୋଇଛି । ବଙ୍ଗୋମୁଣ୍ଡା ଥାନା ନିକଟରେ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା । ପୁଅକୁ କଲେଜକୁ ଯୁକ୍ତ ୨ ପରୀକ୍ଷା ଦେବାକୁ ନେଉଥିଲେ ବାପା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଅଞ୍ଚଳରେ । ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ କରଙ୍ଗାମାଲ କଲେଜକୁ ବାପାଙ୍କ ସହ ବାଇକରେ ଯାଉଥିଲେ। ବାପା ପ୍ରହ୍ଲାଦ ସାଙ୍କ ସହ ଯାଉଥିବା ବେଳେ ବଙ୍ଗୋମୁଣ୍ଡ ନୁଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ବାପା ଜଗନ୍ନାଥ ସାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login