କଟକ :ଗତକାଲି ଦୁର୍ଘଟଣାର ଶିକାର ହୋଇଥିଲେ ନିର୍ଦ୍ଦେଶକ ସୁଧାକର ବସନ୍ତ। ଟାଙ୍ଗୀ ଥାନା ମଙ୍ଗୁଳି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।
ନିର୍ଦ୍ଦେଶକ ଶ୍ରୀ ବସନ୍ତ ନିଜ ବାରିପଦାରୁ ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଭୁବନେଶ୍ବର ଆସୁଥିଲେ। ସୁଧାକରଙ୍କୁ ମିଶାଇ କାର୍ ଭିତରେ ମୋଟ ୩ଜଣ ଥିଲେ। ମଙ୍ଗୁଳି ଛକ ନିକଟରେ ଥିବା ବଜରଙ୍ଗୀ ୱେ-ବ୍ରିଜ୍ ପାଖରେ ପୂର୍ବରୁ ଅଟକିଥିବା ଏକ ଟ୍ରକ୍କୁ ତାଙ୍କ କାର ପଛପଟୁ ଧକ୍କା ଦେଇଥିଲା। ତାଙ୍କ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି। ସ୍ଥାନୀୟ ଲୋକେ ଟାଙ୍ଗୀ ଥାନାକୁ ଜଣାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଚୌଦ୍ବାର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ସୁଧାକରଙ୍କ ମୁଣ୍ଡର ସାମ୍ନା ଭାଗରେ ଗଭୀର ଆଘାତ ଲାଗିଥିବା ବେଳେ ମୁହଁ ଓ ନାକ ମଧ୍ୟ ଫାଟିଯାଇଛି। ଏସ୍ସିବି ଟ୍ରମା ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି।
ଦୁର୍ଘଟଣାରେ ଆହତ ସୁଧାକର ବସନ୍ତ ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











