The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବାଲକର

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବାଲକର । ଆଜି ସକାଳେ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଦୁର୍ଘଟଣା ସମୟରେ ତାଙ୍କ ଭାଇ ତଥା କର୍ଣ୍ଣାଟକ ବିଧାନ ପରିଷଦ ସଦସ୍ୟ ଚେନ୍ନାରାଜ ହଟ୍ଟିହୋଲି ମଧ୍ୟ କାର୍ ଭିତରେ ଥିଲେ । ତାଙ୍କୁ ବି ଆଘାତ ଲାଗିଛି । ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସକାଳେ ଯେତେବେଳେ ତାଙ୍କ କାର୍ କିତୁର ନିକଟରେ ପହଞ୍ଚିଥିଲା, ହଠାତ୍ ଏକ କୁକୁର କାର୍ ଆଗକୁ ଚାଲିଆସିଥିଲା । କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଗାଡ଼ିର ଷ୍ଟିଅରିଂ ବୁଲାଇ ଦେଇଥିଲେ । ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ପିଟି ହୋଇଯାଇଥିଲା ।ସକାଳେ ଯେତେବେଳେ ତାଙ୍କ କାର୍ କିତୁର ନିକଟରେ ପହଞ୍ଚିଥିଲା, ହଠାତ୍ ଏକ କୁକୁର କାର୍ ଆଗକୁ ଚାଲିଆସିଥିଲା । କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଗାଡ଼ିର ଷ୍ଟିଅରିଂ ବୁଲାଇ ଦେଇଥିଲେ । ଫଳରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛ ସହ ପିଟି ହୋଇଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login