କୋରାପୁଟ : ଦୁଇ କାର୍ ମୁହାଁମୁହିଁ ଧକ୍କା ।କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚାଲିଗଲା ୪ ଜୀବନ । ଗୁରୁତରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସଫାରୀ ଗାଡ଼ି ସହ ସେଲେରିଓ ଗାଡିର ମୁହାଁମୁହିଁ ଧକ୍କା ହୋଇଥିଲା । ସେଲେରିଓ ଗାଡିଟି କୋରାପୁଟରୁ ଦାମନଯୋଡି ଯାଉଥିଲା । ମୃତକ ଓ ଗୁରୁତର ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ସୁନାବେଡା ପୋଲିସ ।
Views: 23