ନୂଆଦିଲ୍ଲୀ: ଧୂଆଁମୟ ଦିଲ୍ଲୀ । ପ୍ରଦୂଷଣ ଘେରରେ ଦିଲ୍ଲୀ ବାତାବରଣ । ଲଗାତର ଭାବରେ ବିଗିଡିବାରେ ଲାଗିଛି ବାତାବରଣ । ଗ୍ୟାସ ଚାମ୍ବରରେ ଦିଲ୍ଲୀର ବାତାବରଣ । ଜାହାଙ୍ଗୀରପୁରରେ ସ୍ଥିତି ସଙ୍ଗୀନ ହୋଇଛି । ବାୟୁର ଗୁଣବତ୍ତା ୭୦୦ ପାର । ଲୋକମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା ୫୧୨, ଆନନ୍ଦ ବିହାରରେ ୪୪୮, ଦ୍ୱାରକା ସେକ୍ଟର ୮ରେ ୪୩୫ ରହିଛି । ପଞ୍ଜାବୀ କ୍ଷେତରେ ନିଆଁ ଲାଗିବା କାରଣରୁ ବଢୁଛି ପ୍ରଦୂଷଣ ।
ଯଥାସମ୍ଭବ ଘରେ ରହିବା ଲାଗି ପିଲା ଓ ବୟସ୍କଙ୍କୁ ପରାମର୍ଶ ଦିଆଯାଇଥିଲା । ବିନା କାରଣରେ ଯାତ୍ରା ନକରିବା, ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବା, ଯାନ୍ତ୍ରିକ ଉପାୟରେ ସଫେଇ, ଜଳ ସିଞ୍ଚନ ଆଦି ତ୍ବାରାନ୍ବିତ କରିବା, ନିଆଁ ନିୟନ୍ତ୍ରଣ ଲାଗି ପଞ୍ଜାବକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେପଟେ ପରିସ୍ଥିତିକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନୋଏଡାରେ ଗ୍ରାଫ-୩ ନିୟମ ଲାଗୁ କରାଯାଇଛି । ନିୟମ ଉଲଂଙ୍ଘନକାରୀଙ୍କ ଉପରେ ୨୪.୩୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯିବ ବୋଲି ଘୋଷଣା କରାଯାଇଛି । ଏପର୍ୟ୍ୟନ୍ତ ନୋଏଡା ପ୍ରାଧିକରଣ ସଂସ୍ଥା ଦ୍ୱାରା ୨୬ ଚାଲଣ କଟାସାରିଲାଣି । ୧୪ ଜଣିଆ ଟିମ୍ ପକ୍ଷରୁ ପ୍ରଦୂଷଣ ମାତ୍ରା ତଦାରଖ କରାଯାଉଛି ।
ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











