ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବିରୋଧୀ ସାଂସଦଙ୍କ ଶୋଭାଯାତ୍ରା । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦଙ୍କ ଶୋଭାଯାତ୍ରା । ସଂସଦ ଭବନ ଠାରୁ ଇସି ଅଫିସ ପର୍ଯ୍ୟନ୍ତ ରାଲିରେ ବାହାରିଲେ । ଏସଆଇଆର ଓ ଭୋଟ ଚୋରି ଅଭିଯୋଗ ଆଣି ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୩୦୦ରୁ ଅଧିକ ବିରୋଧୀ ନେତା ଓ ସାଂସଦ ସାମିଲ ହୋଇଛନ୍ତି । ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟକୁ ଯିବାବେଳେ ଅଟକାଇଥିଲା ପୋଲିସ । ପୋଲିସ ପ୍ରତିବାଦ ଶୋଭାଯାତ୍ରାକୁ ବନ୍ଦ କରିବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଧାରଣାରେ ବସିଥିଲେ ।
ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଶେଷରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ । ନେତା ରାହୁଲ ଗାନ୍ଧି କହିଛନ୍ତି ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ । ସତ୍ୟ ସେ କହିପରିବେ ନାହିଁ । ସତ୍ୟ ଦେଶ ସାମ୍ନାରେ ଅଛି । ଏହି ଲଢେଇ ରାଜନୀତି ବିଷୟରେ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆମେ କେବଳ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁ ।
ଏହି ସମୟରେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିରୋଧୀ ସାଂସଦମାନଙ୍କ ସ୍ଲୋଗାନ ମଧ୍ୟରେ ଅଖିଳେଶ ଯାଦବ ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ । ବ୍ୟାରିକେଡ୍ ଡେଇଁ ପଡ଼ିଥିବା ଅଖିଳେଶ ଯାଦବଙ୍କୁ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ସୁରକ୍ଷା ଦେଇଥିଲେ । ନିର୍ବାଚନ କମିଶନଙ୍କୁ ଅନେକ ଥର ପଚରାଯାଇଛି। ଯଦି ଏପରି ଅଭିଯୋଗ ଆସିଛି, ତେବେ ନିର୍ବାଚନ କମିଶନ କାର୍ୟ୍ୟାନୁଷ୍ଠାନ ନେବା ଉଚିତ। ଏହାକୁ ବିଚାରକୁ ନିଆଯିବା ଉଚିତ।
ଦିଲ୍ଲୀରେ ବିରୋଧୀଙ୍କ ଶୋଭାଯାତ୍ରା

Facebook
Twitter
LinkedIn
Facebook
Twitter
LinkedIn
Recent News
ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି
ଭୁବନେଶ୍ୱର : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ...
ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଗ୍ରାହ୍ୟ
ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ।...
“ଆତ୍ମହତ୍ୟା” କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : "ଆତ୍ମହତ୍ୟା" କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ...
ହୋଟେଲ ରୁମରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ହୋଟେଲ ରୁମରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ସ୍ଥିତ ତମାଣ୍ଡୋର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ଷ୍ଟକ ମାର୍କେଟରେ କ୍ଷତି...