The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଦିଲ୍ଲୀରୁ ଚୋରି , ନୀଳଗିରିରୁ ଗିରଫ

Facebook
Twitter
LinkedIn

ନୀଳଗିରୁ : ଚୋରି କରିବା ପଡିଲା ମହଙ୍ଗା । ଦିଲ୍ଲୀରୁ ଚୋରି କଲେ ନୀଳଗିରିରେ ବନ୍ଧା ହେଲେ । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଘଟିଛି । ଗିରଫ ବ୍ୟକ୍ତିଜଣକ ହେଲେ କାଶୀନାଥ ମଲ୍ଲିକ । ଚୋର କାଶୀନାଥ ମଲ୍ଲିକ ଦିଲ୍ଲୀର ଏକ ବିଲଡରଙ୍କ ଘରେ ରୋଷେୟା ଭାବେ କାମ କରିଆସୁଥିଲେ, ଘର ମାଲିକ କାଶୀନାଥଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ବିଶ୍ୱାସ କରିଥିଲେ । ମାତ୍ର କାଶୀନାଥ ବିଶ୍ୱାସରେ ବିଷ ଦେଇ ୮୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ଫେରାର ହୋଇଥିଲା ।
ଦିଲ୍ଲୀର ଜଣେ ବିଲଡରଙ୍କ ଘରେ କଳାକନା ବୁଲାଇବା ପରେ ତିନି ଜଣ ଚୋର ଟଙ୍କା ନେଇ ଓଡ଼ିଶା ଫେରାର ହେଉଥିଲେ। ମାତ୍ର ଖବର ପାଇ ତୁରନ୍ତ ଛାନଭିନ ଆରମ୍ଭ କରିଥିଲା ପୋଲିସ୍। ପୋଲିସ୍ ଦିଲ୍ଲୀ ରେଳ ଷ୍ଟେସନରୁ ଆଶୁତୋଷ ମଲ୍ଲିକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଭାଗ ଟଙ୍କାନେଇ ସେଠୁ ଫେରାର ହୋଇଥିଲେ। ଜଗବନ୍ଧୁ ବିହାର ପାଟଣାକୁ ପଳାଇ ଯାଇଥିବା ସୂଚନା ପାଇ ଦିଲ୍ଲୀ ପୋଲିସ ତା’ର ପିଛା କରିଥିଲା। ପାଟଣାରୁ ଜଗବନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ୍। ମାତ୍ର କାଶୀନାଥ ୨୦ ଲକ୍ଷ ଟଙ୍କା ନେଇ ନୀଳଗିରି ପଲେଇ ଆସିଥିଲା । ଖବର ପାଇ ଦିଲ୍ଲୀ ପୋଲିସ ନୀଳଗିରି ପୋଲିସର ସହଯୋଗରେ ଭିମେଇ ଗାଁରେ ଚଢ଼ାଉ କରିଥିଲା। ସେଠାରୁ କାଶୀନାଥ ମଲ୍ଲିକଙ୍କୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login