ନୀଳଗିରୁ : ଚୋରି କରିବା ପଡିଲା ମହଙ୍ଗା । ଦିଲ୍ଲୀରୁ ଚୋରି କଲେ ନୀଳଗିରିରେ ବନ୍ଧା ହେଲେ । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଘଟିଛି । ଗିରଫ ବ୍ୟକ୍ତିଜଣକ ହେଲେ କାଶୀନାଥ ମଲ୍ଲିକ । ଚୋର କାଶୀନାଥ ମଲ୍ଲିକ ଦିଲ୍ଲୀର ଏକ ବିଲଡରଙ୍କ ଘରେ ରୋଷେୟା ଭାବେ କାମ କରିଆସୁଥିଲେ, ଘର ମାଲିକ କାଶୀନାଥଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ବିଶ୍ୱାସ କରିଥିଲେ । ମାତ୍ର କାଶୀନାଥ ବିଶ୍ୱାସରେ ବିଷ ଦେଇ ୮୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ଫେରାର ହୋଇଥିଲା ।
ଦିଲ୍ଲୀର ଜଣେ ବିଲଡରଙ୍କ ଘରେ କଳାକନା ବୁଲାଇବା ପରେ ତିନି ଜଣ ଚୋର ଟଙ୍କା ନେଇ ଓଡ଼ିଶା ଫେରାର ହେଉଥିଲେ। ମାତ୍ର ଖବର ପାଇ ତୁରନ୍ତ ଛାନଭିନ ଆରମ୍ଭ କରିଥିଲା ପୋଲିସ୍। ପୋଲିସ୍ ଦିଲ୍ଲୀ ରେଳ ଷ୍ଟେସନରୁ ଆଶୁତୋଷ ମଲ୍ଲିକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଭାଗ ଟଙ୍କାନେଇ ସେଠୁ ଫେରାର ହୋଇଥିଲେ। ଜଗବନ୍ଧୁ ବିହାର ପାଟଣାକୁ ପଳାଇ ଯାଇଥିବା ସୂଚନା ପାଇ ଦିଲ୍ଲୀ ପୋଲିସ ତା’ର ପିଛା କରିଥିଲା। ପାଟଣାରୁ ଜଗବନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ୍। ମାତ୍ର କାଶୀନାଥ ୨୦ ଲକ୍ଷ ଟଙ୍କା ନେଇ ନୀଳଗିରି ପଲେଇ ଆସିଥିଲା । ଖବର ପାଇ ଦିଲ୍ଲୀ ପୋଲିସ ନୀଳଗିରି ପୋଲିସର ସହଯୋଗରେ ଭିମେଇ ଗାଁରେ ଚଢ଼ାଉ କରିଥିଲା। ସେଠାରୁ କାଶୀନାଥ ମଲ୍ଲିକଙ୍କୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି ।
ଦିଲ୍ଲୀରୁ ଚୋରି , ନୀଳଗିରିରୁ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











