The Ultimate Managed Hosting Platform
ADVERTISEMENT

ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଅନ୍ତରୀଣ ଜାମିନ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଆମ୍ ଆଦମୀ ଦଳର ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟ ଚିକିତ୍ସା ପାଇଁ ତାଙ୍କୁ ଏହି ଆରାମ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି। ଏହି ସମୟରେ ସେ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରାଇ ପାରିବେ।
କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ସେ କୋର୍ଟଙ୍କ ଅନୁମତି ବିନା ଦିଲ୍ଲୀ ଛାଡି ଯାଇପାରିବେ ନାହିଁ। କୋର୍ଟଙ୍କ ଏହି ଆଦେଶ ଜୁଲାଇ ୧୧ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ। ଜୁଲାଇ ୧୦ରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ। ଏହାରି ଭିତରେ ସତ୍ୟେନ୍ଦ୍ର ଜୈନ ଯେଉଁ ଚିକିତ୍ସା କରାଇବେ, ତାହାର ରିପୋର୍ଟ କୋର୍ଟଙ୍କୁ ଦେବେ। ସୂଚନା ଅନୁଯାୟୀ , ତିହାର ଜେଲରେ ଗୁରୁବାର ମୁଣ୍ଡ ବୁଲାଇବା କାରଣରୁ ସତ୍ୟେନ୍ଦ୍ର ଜୈନ ଶୌଚାଳୟରେ ପଡ଼ିଯାଇଥିଲେ ଏବଂ ଏହାପରେ ତାଙ୍କୁ ଏକ ସରକାରୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login